୬୩ତମ ବିଦ୍ୟାଳୟ ସ୍ତରୀୟ ଶିଶୁ ଲେଖକ କର୍ମଶାଳା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ I

9 / 100

ତାରିଖ 13-01-2023, ୬୩ ତମ ବିଦ୍ୟାଳୟ ସ୍ତରୀୟ ଶିଶୁ ଲେଖକ କର୍ମଶାଳା ପିଲାମାନଙ୍କର ପଠନ, ଲିଖନ ଏବଂ ଆବୃତି ଦିଗରେ ସୃଜନଶୀଳ ଦକ୍ଷତାକୁ କିପରି ସାମଗ୍ରିକ ଅଭିବୃଦ୍ଧି କରାଯାଇ ପାରିବ,ଏକ ଅଭିନବ ପ୍ରୟାସ ମକସଦରେ ଏବଂ ତତ୍ ସହିତ ବିଦ୍ୟାଳୟର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ମଧ୍ୟ SMCର ଅଧ୍ୟକ୍ଷ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ବାରିକଙ୍କ ଅଧ୍ୟକ୍ଷତାରେ ପାଲିବନ୍ଧ କ୍ଲଷ୍ଟରର ନୀଳଦ୍ରିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇ ଯାଇଛି | ଏହି ଅବସରରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭାଗୀରଥୀ ଏବଂ ବେହେରା ଏବଂ ABEO-CUM-BRCC ଶ୍ରୀଯୁକ୍ତ ବିଜୟ ଚନ୍ଦ୍ର ବେହେରା Guest of Honor ଭାବରେ ଯୋଗ ଦେଇଥିଲେ

विद्यालय वार्षिक समारोह

।ସମସ୍ତ ସମ୍ମାନିତ ଅତିଥୀ ପ୍ରମୁଖ ମାନଙ୍କ ମଧ୍ୟରେ ଏହି ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଧିରେନ ସ୍ବାଇଁ ଏବଂ ସେବା ନିବୃତ ଶିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ପ୍ରଧାନ ଏବଂ ସରପଞ୍ଚ ଏହି କାର୍ଯ୍ୟକ୍ରମରେ  ଶ୍ରୀମତୀ ସଞ୍ଜୁକ୍ତା  ପ୍ରଧାନ ଏବଂ ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଦିଲୀପ କୁମାର ଛୋଟରାୟ, ଲବଣ ଶ୍ରମିକ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁଭଲକ୍ଷ୍ମୀ ମହାନ୍ତି ଯୋଗ ଦେଇ ଥିଲେ I ଏବଂ ଆମନ୍ତ୍ରିତ ଅତିଥିବୃନ୍ଦ ପ୍ରମୁଖ ମାନଙ୍କ ମଧ୍ୟରେ ସନ୍ତୋଷପୁର କ୍ଳଷ୍ଟର CRCC ସରତ ଚନ୍ଦ୍ର ବେହେରା ଆର.ନୁଆ ଗାଁ କ୍ଲଷ୍ଟର CRCC ରବୀନ୍ଦ୍ର କୁମାର ପଣ୍ଡା ଉପସ୍ଥିତ ଥିଲେ।  ବିଭିନ୍ନ ଇଲେକ୍ଟ୍ରୋନିକ ମିଡିଆର ପତ୍ରକାର ବନ୍ଧୁଗଣ ମଧ୍ୟ ଉପସ୍ଥିତ ହୋଇଥିଲେ। ସରପଞ୍ଚ ମହୋଦୟା ଶ୍ରୀମତୀ ସଞ୍ଜୁକ୍ତା ପ୍ରଧାନ ପ୍ରଦୀପ ପ୍ରଜ୍ୱଳନ କରି ଏହି କାର୍ଯ୍ୟକ୍ରମକୁ ଉଦଘାଟନ୍ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭ ତଥା ଏହି ଶୁଭ ମୁହୂର୍ତ୍ତରେ ପିଲାମାନେ ଏକ ଦେଶାତ୍ମକବୋଧ ଗୀତ ଗାଇବା ସହିତ ଏକ ଉଦ୍ଘାଟନୀ ନୃତ୍ୟ ପରିବେଷଣ କରିଥିଲେ |ଏବଂ ଗଣମାନ୍ୟ ମଞ୍ଚାସିନ ଅତିଥି ବୃନ୍ଦଙ୍କୁ ଔପ୍ଢ଼କନ ଓ ମାନପତ୍ର ଦିଆଯାଇ ସମ୍ମାନିତ କରା ଯାଇଥିଲା । ଶିକ୍ଷକ ବିପିନ ପଟ୍ଟନାୟକ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରି ଥିଲେ। ଏହି କ୍ଲଷ୍ଟର CRCC ସୁରେନ୍ଦ୍ର ନାଥ ସେଠୀ, ଗଞ୍ଜାମ ବ୍ଲକର ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଅରମ୍ଭ ହୋଇଥିବା ଏହି ଅଭିନବ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଉଦ୍ଦେଶ୍ୟର ବିଶଦ ଭାବରେ ବର୍ଣ୍ଣନା କରିଥିଲେ | ଏବଂ ବିଦ୍ୟାଳୟରେ ପିଲାମାନଙ୍କ ଜୀବନ ପାଇଁ ବାର୍ଷିକ କାର୍ଯ୍ୟ ପାଳନ କରିବାର ମହତ ଉଦ୍ଦେଶ୍ୟ ବାବଦରେ ବର୍ଣ୍ଣନା କରିଥିଲେ | ପିଲାମାନେ କାର୍ଯ୍ୟକ୍ରମରେ ପଠନ, ଲିଖନ ଏବଂ ଆବୃତିରେ ଅତି ଉତ୍ସାହିତ ଭାବରେ ଅଂଶଗ୍ରହଣ କରିଥିଲେ | ବିଦ୍ୟାଳୟରେ ଆୟୋଜିତ (EVENTS) ବିଭିନ୍ନ ଖେଲ୍ କୁଦ୍ ଏବଂ ପ୍ରତିଯୋଗିତାରେ କୃତୀତ୍ବ ଲାଭ କରିଥିବା ସମସ୍ତ ବିଜେତାଙ୍କୁ ପୁରସ୍କାର ଏବଂ ପ୍ରମାଣପତ୍ର ଦିଆଯାଇ ପୁରସ୍କୃତ  କରାଯାଇଥିଲା | ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ପାତ୍ର, ସହକାରୀ ଶିକ୍ଷକ ଅଭିମନ୍ୟୁ ସ୍ବାଇଁ, ବିପିନ ପଟ୍ଟନାୟକ, ସୁଦାମ ଚରଣ ନାୟକ, ପ୍ରିୟଙ୍କା ପଲେଇ,, ଲକ୍ଷ୍ମୀ ବେହେରା, ପୁସ୍ପାଞ୍ଜଳୀ ନାୟକ ଏବଂ ସୁଜତା ସାହୁ ଏହି କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ଛାତ୍ର ଛାତ୍ରୀ ମାନେ ମଧ୍ୟ ଧୁମ୍ ଧାମ୍ ରେ ବିଭିନ୍ନ ସାଂସ୍କୃତିକ ତଥା ପ୍ରାଦେଶିକ ଲୋକନୃତ୍ୟ ପରିବେଷଣ କରିଥିଲେ | 

Leave a Reply

Read in English